ଦିଦିଙ୍କ ଗଡ଼ରେ ୧୦ ଟଙ୍କାରେ ଏଭଳି କାମ କଲେ ପ୍ରଧାନମନ୍ତ୍ରୀ ମୋଦି |

ଝାରଗ୍ରାମ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ରବିବାର ଝାରଗ୍ରାମରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ହଠାତ୍ ରାସ୍ତା କଡ଼ରେ ଥିବା ଏକ ଝାଲମୁଡି ଦୋକାନରେ ଅଟକିଥିଲେ ମୋଦି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାଫଲା ଅଟକିବା ମାତ୍ରେ ସେଠାରେ ଏକ ବଡ଼ ଭିଡ଼ ଜମା ହୋଇ ‘ଜୟ ଶ୍ରୀ ରାମ’ ନାରା ଦେଉଥିଲେ।ସେ ଗାଡ଼ିରୁ ଓହ୍ଲାଇ ଝାଲମୁଡି ଦୋକାନକୁ ଯାଇଥିଲେ। ସେଠାରେ ସେ ଝାଲମୁଡି ଖାଇବା ସହ ନିକଟରେ ଜମା ହୋଇଥିବା କିଛି ପିଲାଙ୍କୁ ଖାଇବାକୁ ଦେଇଥିଲେ। ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତେବେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଝାଲମୁଡି ଦୋକାନରେ ଅଟକିବା ଏବଂ ଏହାକୁ ଝାଲମୁଡି ଖାଉଥିବାର ଫଟୋ ସେୟାର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ X ଆକାଉଣ୍ଟରେ ଝାରଗ୍ରାମର ଏକ ଝାଲମୁଡି ଦୋକାନର ଚାରୋଟି ଫଟୋ ସେୟାର କରିଥିବା ଦେଖିବାକୁ ମିଳୁଛି। ଖାସ୍ କଥା ହେଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ଦୋକାନୀଙ୍କୁ ୧୦ ଟଙ୍କା ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!