ପୁରୀରୁ ବଡ଼ ଖବର… ଶ୍ରୀମନ୍ଦିର ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ପ୍ରଶ୍ନକୁ ନେଇ ବଢ଼ୁଛି ଚର୍ଚ୍ଚା…
ଶ୍ରୀ ଜଗନ୍ନାଥ ମନ୍ଦିର ର ସିଂହଦ୍ୱାର ଗୁମୁଟରେ ଥିବା ଦଶାବତାର ମୂର୍ତି… କେବେ ହେବ ପୁନଃସ୍ଥାପନା?
୨୦୧୦-୧୧ ମସିହାରେ କାଢ଼ାଯାଇଥିବା ଏହି ମୂର୍ତିଗୁଡ଼ିକୁ ଆଜି ପର୍ଯ୍ୟନ୍ତ ପ୍ରାୟ ୧୫ ବର୍ଷ ହେଲା… ତଥାପି ହୋଇନାହିଁ ପୁନଃସ୍ଥାପନା…
ମୂର୍ତି ତିଆରି ସରିଥିଲେ ମଧ୍ୟ… କାହିଁକି ଅଟକିଛି ପ୍ରକ୍ରିୟା?
ପ୍ରତ୍ନତତ୍ତ୍ୱ ବିଭାଗ ଓ ସରକାରୀ ଅବହେଳା କି ଏଥିରେ ଦାୟୀ?
ଏହା ସହ ଆଉ ଗୋଟିଏ ବଡ଼ ପ୍ରଶ୍ନ… ଦଶାବତାରର ନବମ ସ୍ଥାନରେ କିଏ?
ପାରମ୍ପରିକ ଭାବେ ଗୌତମ ବୁଦ୍ଧ କି ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଭଗବାନ୍ ଜଗନ୍ନାଥ?
ଏହି ବିବାଦ ମଧ୍ୟରେ…
ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ମାମଲା ଉଠିଛି ଶଙ୍କରାଚାର୍ଯ୍ୟଙ୍କ ନଜରକୁ…
ଭକ୍ତମାନଙ୍କର ଏକମାତ୍ର ଦାବି—
ଧାର୍ମିକ ଭାବନାକୁ ସମ୍ମାନ ଦେଇ… ଶୀଘ୍ର ହେଉ ଦଶାବତାର ମୂର୍ତିର ପୁନଃସ୍ଥାପନା…
