ଗଜପତି ରାଜା ପ୍ରତାପ ରୁଦ୍ର ଦେବ ଙ୍କ ସମୟର କଟକ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶୈବ ପୀଠ ପରମହଂସନାଥ ମହାଦେବ ଙ୍କ ପୀଠରେ ଚାଲିଛି ଜାଗର ଯାତ୍ରା। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲାଗି ରହିଛି ଅଖଣ୍ଡ ଭଜନ କୀର୍ତ୍ତନ। ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ସଜାଗ ରହିଛନ୍ତି ଭଲେଣ୍ଟିଅର ଓ ମହିଳା ପୋଲିସ ତତ୍ ସହିତ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ନଜର ରେ ରହିଛି ସମଗ୍ର ଅଞ୍ଚଳ। ସୂଚନା କେନ୍ଦ୍ର ସାଙ୍ଗକୁ , ପାନୀୟ ଜଳ ଅଗ୍ନିଶମ ବାହିନୀ ଓ ଆଶୁ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି।ଏଠାରେ ଭୋର ୪.୩୦ ସମୟରେ ହଂସନାଥ ଙ୍କ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
