ମୁଠେ ଦାନା ଗୋ ସେବା ପାଇଁ |

ଦୁଃଖର ସଥୀ ପରିବାର ସେବା ଟ୍ରଷ୍ଟ ତରଫରୁ ଲୋକମାନଙ୍କ ପାଇଁ ଜଳଛତ୍ର ଖୋଲିଥିବା ବେଳେ ରାସ୍ତାଘାଟରେ ବୁଲୁଥିବା ନିରୀହ ଗାଈଗୋରୁ ଓ ଅନ୍ୟାନ୍ୟ ପଶୁପକ୍ଷୀ ମାନେ ପାଣି ଅଭାବରେ ଅଂଶୁଘାତର ଶିକାର ହେଉଛନ୍ତି । ଏଥିପାଇଁ ଦୁଃଖର ସାଥି ପରିବାର ସେବା ଟ୍ରଷ୍ଟ ପକ୍ଷରୁ ଆଜି ପିପିଲି ପେଟ୍ରୋଲ ପମ୍ପ ପାଖରେ (ମୁଠେ ଦାନା ଗୋ ସେବା ପାଇଁ ) କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏଥିରେ ଦୁଇ ଟି କୁଣ୍ଡ ରଖି ଗୋଟିଏ କୁଣ୍ଡରେ ଦୁଃଖର ସାଥି ପରିବାର ସେବା ଟ୍ରଷ୍ଟ ତରଫରୁ ରୁ ପ୍ରତିଦିନ ଜଳ ଏବଂ ଚୋକଡ ବୁଲା ଗାଈଗୋରୁ ମାନଙ୍କ ପାଇଁ ରଖାଯିବ ଏବଂ ଅନ୍ୟ ଏକ କୁଣ୍ଡରେ ଶୁଖିଲା ଖାଦ୍ୟ ଯେପରିକି :- ରୁଟି ପାଉଁରୁଟି କଞ୍ଚା ପରିବା ବିସ୍କୁଟ ଇତ୍ୟାଦି ବାହାରେ ବୁଲୁଥିବା ଗୋମାତା ଙ୍କ ପାଇଁ ଲୋକମାନେ ଦାନ କରିବେ ବୋଲି ସଦସ୍ୟ ମାନେ କହିଛନ୍ତି।
ଏହି କାର୍ଯ୍ୟକ୍ରମ କୁ ସଭାପତି ଗଜେନ୍ଦ୍ର ବେହେରା ପରିଚାଳନା କରିଥିଲେ । ଅନ୍ୟ ସଦସ୍ୟ ମାନେ ହେଲେ ଶୁଭମ ବାରିକ, ପ୍ରଶାନ୍ତ ବାରିକ, ଅମିତ କୁମାର ପରିଡା, ରାଜୁ ମଉସା, ନାରାୟଣ ସାହୁ, ପିଣ୍ଟୁ ସାହୁ, ଦେବରଞ୍ଜନ ସାହୁ, ରାମ ମହାରଣା , ଆଦର୍ଶ ମଲିକ, ଶ୍ରେୟା ଦାସ, ମନସ୍ମିତା ଖୁଣ୍ଟିଆ, ହରପ୍ରିୟା ପ୍ରଧାନ ,ରୁପାଲୀ ପ୍ରଧାନ, ସନ୍ଦ୍ୟା ରାଣୀ ସେଠି,ଅଭିଲିପ୍ସା ସେଠି, ଖୁଲଣା ସାହୁ , ଅମିତା ସାହୁ ମିଳିତ ଭାବରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!