ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୧୦ ମୃତ

ପାଟନା, ୧୧/୦୪: ବିହାରର କଟିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏକ ବସ୍ ଏକ ପିକଅପ୍ ଟ୍ରକ୍ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ୩୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଜଣେ ନାବାଳିକା ଅଛନ୍ତି। ଆହତ ପ୍ରାୟ ୨୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିଟ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି।କଟିହାରର କୋଇରା ଥାନା ଅଞ୍ଚଳର NH-31 ରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଝାଡ଼ଖଣ୍ଡରୁ ଏକ ମେଳାରୁ ଫେରୁଥିବା ଲୋକଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଏକ ଦ୍ରୁତଗାମୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା କୋରହା ପୋଲିସ୍‌ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

error: Content is protected !!