ଗୋଟିଏ ବିମାନରେ ନବୀନ-ପିତାମ୍ବର |

ସୋସିଆଲ ମିଡ଼ିଆରେ ଫଟୋ ସେୟାର କଲେ ଏଜି

ନୂଆଦିଲ୍ଲୀ, ୧୦/୦୪: ଗୋଟିଏ ବିମାନରେ ନବୀନ-ପିତାମ୍ବର। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଗୋଟିଏ ବିମାନରେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀ ଯିବା ବେଳେ ଉଭୟ ପାଖାପାଖି ବସିଥିବାର ଫଟୋ ସାମନାକୁ ଆସିଛି। ଏ ନେଇ ପିତାମ୍ବର ଆଚାର୍ଯ୍ୟ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥି ସହ ନୂଆଦିଲ୍ଲୀ ଯାତ୍ରା ସମୟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ କିଛି ମୁହୂର୍ତ୍ତ ବାଣ୍ଟିବା ବହୁ ଆନନ୍ଦଦାୟକ ଥିଲା। ତାଙ୍କ ସହ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ସୂଚନାଯୋଗ୍ୟ, ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକଙ୍କ ଗତ ୭ ତାରିଖରେ ହାର୍ଟ ସର୍ଜରୀ ହୋଇଥିଲା। ତେଣୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଦିଲ୍ଲୀ ଯାଇଛନ୍ତି ନବୀନ। ସେହିପରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ବୈଠକରେ ରାଜ୍ୟର ପକ୍ଷ ଉପସ୍ଥାପନ କରିବା ପାଇଁ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ। ଆସନ୍ତାକାଲି ଏହାର ଶୁଣାଣି ହେବ।

ତେବେ ନବୀନ ଓ ପିତାମ୍ବରଙ୍କ ଏକାଠି ସମୟ ବିତାଇବା ଅନେକ ମହତ୍ତ୍ୱ ରଖୁଛି। କାରଣ କିଛି ମାସ ତଳେ ମହାନଦୀ ଟ୍ରିବ୍ୟୁନାଲ୍ ଶୁଣାଣି ବେଳେ ପିତାମ୍ବର ଅନୁପସ୍ଥିତି ଥିବାରୁ ନବୀନ ପଟ୍ଟନାୟକ ପ୍ରଶ୍ନ ଉଠାଇଥିଲେ। ଯାହା ପରେ ନବୀନଙ୍କୁ କାଉଣ୍ଟର କରିଥିଲେ ଏଜି।

Leave a Reply

Your email address will not be published. Required fields are marked *

error: Content is protected !!