ରାଜନଗର ଚାଷୀ ମୃତୁ୍ୟ ନୁହେଁ ଏହା ବ୍ୟବସ୍ଥାଗତ ହତ୍ୟା:ଓଡିଶା କୃଷକ ସଭା |

 ଓଡିଶା କୃଷକ ସଭା, କେନ୍ଦ୍ରାପଡା ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ରାଜନଗର ବ୍ଲକ ଅନ୍ତର୍ଗତ ଡାଙ୍ଗମାଳ ସେବା ସମବାୟ ସମିତି, ଈଶ୍ୱରପୁର ଅଧିନସ୍ଥ ଜୁଣଗଡି ଗ୍ରାମର ଚାଷୀ ତ୍ରିଲୋଚନ ନାୟକଙ୍କର ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ବା ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଓଡିଶା କୃଷକସଭା ଦାବି କରିଛି ।

ଗତ ଦୁଇଦିନ ତଳେ କୃଷକସଭାର ଏକ ପ୍ରତିନିଧି ଦଳ ମୃତ ଚାଷୀଙ୍କ ପରିବାର ଓ ସେବା ସମବାୟ ସମିତିର ସମ୍ପାଦକଙ୍କୁ ଭେଟି ଆଲୋଚନା କଲାପରେ ଉକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛି ।

ମାସ ମାସ ଧରି ମଣ୍ଡିରେ ଧାନ ପଡିରହିବା, ଶେଷ ମୁହୂର୍ତରେ ପଡି ରହିଥିବା ଧାନକୁ ଉଠାଇ ନେଇ ମଣ୍ଡିଠୁ ତିରିଶ କିମି ଦୂର ରାମଚଣ୍ଡୀ ରାଇସ ମିଲରେ ଧାନ ଦେବାକୁ ବାଧ୍ୟ କରିବା ଏବଂ ସମ୍ପୃକ୍ତ ମିଲରେ ଚାରିଦିନ ଧରି ବୋଝେଇ ଟ୍ରାକ୍ଟର ପଡି ରହିବା ସହିତ ମିଲ ମାଲିକ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ଓ ଦିନରାତି ମଶା ଡାଆଁସରେ ଆଖିଆ ଅପିଆ ଧାନକୁ ଜଗି ରହି ସେଠାରେ ପଡି ରହିବା ଫଳରେ ତ୍ରିଲୋଚନଙ୍କର ଦେହ ଭୀଷଣ ଅସୁସ୍ଥ ହେବାରୁ ଘରକୁ ଫେରିବାର ଦଶ ମିନିଟ ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେଇ ମୃତ୍ୟୁ ବରଣ କରିଥିଲେ । ପ୍ରକାଶ ଥାଉକି ସେ ଟ୍ରାକ୍ଟର ଭଡା ବାବଦରେ ପ୍ରତିଦିନ ଚାରି ହଜାର ଟଙ୍କା ପୈଠ କରୁଥିଲେ । ସାରା ରାଜ୍ୟ ସହିତ କେନ୍ଦ୍ରାପଡା ଜିଲାରେ ପ୍ରତିଦିନ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରିରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଏଭଳି ଚାଷୀ ମୃତ୍ୟୁ ପାଇଁ ପଥ ପରସ୍କାର ହୋଇଛି ।

Leave a Reply

Your email address will not be published. Required fields are marked *

error: Content is protected !!