ଇନଷ୍ଟାଗ୍ରାମ୍‌ରେ ନିଜକୁ ଧନୀ କହୁଥିବା ପ୍ରେମିକ ଜଣେ ଦିନ ମଜୁରିଆ , ସ୍ୱାମୀଙ୍କ ପାଖକୁ ଫେରି ଆସିଲେ ଫେରାର ମହିଳା

ସୋସିଆଲ ମିଡ଼ିଆରେ ହୋଇଥିବା ବନ୍ଧୁତା, ପ୍ରେମ ଓ ଠକେଇକୁ ନେଇ ଏହା ଏକ ଖବର। ଝାଡ଼ଖଣ୍ଡର ଦୁମକାରେ ରହୁଥିଲେ ମହିଳା ଜଣଙ୍କ। ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମର ଥିଲେ ବ୍ୟକ୍ତି ଜଣଙ୍କ। ଇନଷ୍ଟାଗ୍ରାମରେ ମହିଳାଙ୍କର ସେହି ବ୍ୟକ୍ତିଙ୍କ ସହ ଆରମ୍ଭ ହୋଇଥିଲା ବନ୍ଧୁତା। ଏହାପରେ ସେ ପ୍ରେମ ନିଶାରେ, ତାଙ୍କର ସ୍ୱାମୀ ଓ ତିନି ଜଣ ପିଲାଙ୍କୁ ଛାଡ଼ି ଦେଇ ପଳାଇ ଆସିଲେ ସେହି ବ୍ୟକ୍ତିଙ୍କ ପାଖକୁ।ଘଟଣାଟି ଏହିପରି – ଇନଷ୍ଟାଗ୍ରାମ୍‌ରେ ବନ୍ଧୁତା ହେବା ପରେ ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ୍‌ରେ ରହୁଥିବା ଜଣେ ବ୍ୟକ୍ତି ମହିଳାଙ୍କୁ କହିଥିଲେ ସେ ଖୁବ୍ ଧନୀ। ତାଙ୍କ କଥାରେ ପ୍ରଭାବିତ ହୋଇ ଦୁମକାର ମହିଳା ୧୪୦୦ କିଲୋମିଟରର ଯାତ୍ରା ଅତିକ୍ରମ କରି ପଛଲିପଟ୍ଟନମରେ ପହଞ୍ଚିବା ପରେ ଜାଣିପାରିଲେ ଇନଷ୍ଟାଗ୍ରାମର ସେହି ବ୍ୟକ୍ତି କୌଣସି ଧନୀ ବ୍ୟକ୍ତି ନୁହଁନ୍ତି , ବରଂ ଜଣ ଦିନ ମଜୁରିଆ।ଏପଟେ ମହିଳାଙ୍କ ସ୍ୱାମୀ ଥାନାରେ ନିଖୋଜ ଅଭିଯୋଗ ରୁଜୁ କରାଇ ଥିଲେ। ଏହାପରେ ଝାଡ଼ଖଣ୍ଡ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ପୁଲିସ ମୁତାବିକ ମହିଳାଙ୍କୁ ପୁଣି ଝାଡ଼ଖଣ୍ଡ ଅଣାଯାଇଛି। ପୁଲିସ ଅଧିକାରୀଙ୍କ ମୁତାବିକ , ଆନ୍ଧ୍ର ପ୍ରଦେଶର ମଛଲିପଟ୍ଟନମ ପହଞ୍ଚିବା ପରେ , ମହିଳାକୁ ଜଣାପଡ଼ିଲା ଯେ, ଇନଷ୍ଟାଗ୍ରାମ୍‌ରେ ବନ୍ଧୁ ସାଜିଥିବା ବ୍ୟକ୍ତି ଜଣଙ୍କ ଜଣେ ଦିନ ମଜୁରିଆ ଥିଲେ, ଧନୀ ବ୍ୟକ୍ତି ନଥିଲେ,ଯାହାକି ସେ ସୋସିଆଲ ମିଡ଼ିଆରେ କଥାବାର୍ତ୍ତା ବେଳେ କହିଥିଲେ।ସରିଆହାଟ ପୁଲିସ ଥାନାର ଓଆଇସି ରାଜେନ୍ଦ୍ର କୁମାର କହିଛନ୍ତି ଯେ, ମାତା ପିତାଙ୍କ ବୁଝାଇବା ପରେ ୩୦ ବର୍ଷିୟା ମହିଳା ଜଣଙ୍କ ଘରକୁ ଫେରିବାକୁ ରାଜି ହୋଇଥିଲେ ଏବଂ ତାଙ୍କର ସ୍ୱାମୀ ମଧ୍ୟ ତାଙ୍କୁ ସ୍ୱୀକାର କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!